ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ରାଜ୍ୟ ସରକାର ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି ।
ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ ଅର୍ଥାତ ଶନିବାର ଦିନ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ମିଳିବ । ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି ।ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଗତ କିଛି ଦିନ ହେବ ସୁଭଦ୍ରା ପୋର୍ଟାଲ ଖୋଲୁନଥିବାରୁ କୋତୋକ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରୁନାହାନ୍ତି ।ତେବେ ଏବେ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ୱେବ୍ସାଇଟକୁ ଯାଇ ଏହାର କାରଣ ଜାଣିପାରିବେ । ସୁଭଦ୍ରା ପୋର୍ଟାଲରେ ଏ ନେଇ ନୂଆ ଫିଚର ଆସିଛି ।