ଆଗକୁ ଆସୁଛି ଇଦ୍, ରାମ ନବମୀ, ହନୁମାନ ଜୟନ୍ତୀ। ତେଣୁ ଶାନ୍ତି ଶୃଙ୍ଖଳା ସହ ସବୁ ପର୍ବ ପାଳନ ପାଇଁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ। ଦାଗୀ କ୍ରିମିନାଲଙ୍କୁ ତଡ଼ିପାର କରାଯିବ। ଆସନ୍ତା ୩୧ ତାରିଖରେ ଇଦ-ଉଲ-ଫିତର, ଏପ୍ରିଲ ୬ରେ ଶ୍ରୀରାମ ନବମୀ, ୧୪ ତାରିଖରେ ହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି ।ଏହି ଅବସରରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଡିଜିପି ଖୁରାନିଆ ପର୍ବପର୍ବାଣୀ ଗୁଡିକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।