ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ସୋନିଆଙ୍କ ବିରୋଧରେ ମାମଲା

ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । ୮ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ ହେବ ବୋଲି ସିଧା ସିଧା କହି ଦେଇଥିଲେ। ବାସ୍ ଫୈସଲା ଅନ୍ ସ୍ପଟ୍।

ସଂସଦର ବଜେଟ ଅଧିବେଶନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶୁକ୍ରବାର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ। ତେବେ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିହାରର ମୁଜାଫରପୁର ବାସିନ୍ଦା ସୁଧୀର ଓଝା ନାମକ ଜଣେ ଆଇନଜୀବୀ ଶନିବାର ସ୍ଥାନୀୟ ଏକ ଅଦାଲତରେ ସୋନିଆଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି।ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସହ-ଅଭିଯୁକ୍ତ ଭାବେ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓଝା ଦାବି କରିଛନ୍ତି । ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ମିଳିତ ଅଭିଭାଷଣ ପରେ ଏହି ବିବାଦ ଉପୁଜିଥିଲା। ଯେତେବେଳେ ସାମ୍ବାଦିକମାନେ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ବିଷୟରେ ପଚାରିଥିଲେ, ସେ କହିଥିଲେ- ‘ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଉଥିଲେ। ସେ କହିପାରୁନଥିଲେ, ବିଚାରୀ ମହିଳା ।’

ଭିଡିଓରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଭାଷଣକୁ ବୋରିଂ ବୋଲି କହୁଥିବା ଶୁଣିବାକୁ ମିଳୁଛି ଏବଂ ଏହି ମତ ବିନିମୟ ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହି ଘଟଣା ପରେ ରାଷ୍ଟ୍ରପତି ଭବନ ଏହି ମନ୍ତବ୍ୟକୁ ନିନ୍ଦା କରିବା ସହ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିବା ସହ ରାଷ୍ଟ୍ରପତି ମୁର୍ମୁ ଭାଷଣ ସମୟରେ ଥକି ନଥିବା କହିଛନ୍ତି ।

ଅଧିକ ପଢନ୍ତୁ