ରାଷ୍ଟ୍ରପତି ଘରକୁ ଯାଇ ଆଡଭାଣୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ କଲେ ସମ୍ମାନିତ ।

ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ସର୍ବୋଚ୍ଚ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ଆଡଭାନୀଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଗତକାଲି ରାଷ୍ଟ୍ରପତି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ମହାନ ଚାଷୀ ନେତା ଚୌଧୁରୀ ଚରଣ ସିଂହ, କୃଷି ବୈଜ୍ଞାନିକ ଏମ୍ ଏସ୍ ସ୍ୱାମୀନାଥନ୍ ଏବଂ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଅସୁସ୍ଥତା କାରଣରୁ ଆଡଭାନୀ ଏହି ଉତ୍ସବରେ ଗତକାଲି ଯୋଗଦେଇ ନଥିଲେ।

ଅଧିକ ପଢନ୍ତୁ