ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଭୁବନେଶ୍ୱରରେ ଆକ୍ରମଣ

ରାୟଗଡ଼ା ଜିଲ୍ଲାର ସ୍ବନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ରେଳବାଇ ଷ୍ଟେସନ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି I ସୂଚନାରୁ ଜଣାଯାଇଛି ଆଜି ଶ୍ରୀସାହୁ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ I ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରେ ସେ ଚାଲିଚାଲି ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ଜଣାପଡିଛି Iଫଳରେ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଥିବା ହସ୍ପିଟାଲ କର୍ମଚାରୀ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛିI ଆକ୍ରମଣକୁ ଦୃଢ଼ତାର ସହ ନିନ୍ଦା କରିବା ସହ ଦୋଷୀଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାୟଗଡ଼ା ଶିକ୍ଷକ ସଂଘ ଦାବି କରିଛି I

ଅଧିକ ପଢନ୍ତୁ

Odisha Darpan Digital