ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାର ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ପ୍ରମାଣ ପତ୍ର

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା। ଏହାକୁ ସରକାରୀ ଭାବ ଘୋଷଣା କରିଛନ୍ତି ରାଜ୍ୟସଭା ମହାସଚିବ ତଥା ରିଟର୍ଣ୍ଣିଂ ଅପିସର ପି ସି ମୋଦୀ। ସେ ଘୋଷଣା କରିବା ପରେ ଏହାର ପ୍ରମାଣ ପତ୍ରକୁ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ଆଜି ସଂଧ୍ୟାରେ ନୂଆଦିଲ୍ଲୀର ତ୍ରମୁର୍ତ୍ତି ରୋଡରେ ରୁଥିବା ଦ୍ରୌପଦୀ ଅସ୍ଥାୟୀ ବାସଭବନକୁ ଯାଇଥିଲେ। ସେଠାରେ ସେ ପ୍ରଥମେ ବିଜେତି ପ୍ରମାଣ ପତ୍ରକୁ ସେ ଦ୍ରୌପଦୀଙ୍କୁ ପ୍ରଦାନ କରିଛନ୍ତି। ଏହାପରେ ସେ ଫୁଲ ତୋଡା ଦେଇ ତାଙ୍କୁ ସ୍ବାଗତ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital