ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି।ଭାରତୀୟ ଶିଳ୍ପଜଗତର ରତ୍ନ ଭାବେ ପରିଚିତ ରତନ ଟାଟା । ବିଭିନ୍ନ ସମୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରିଥିଲେ ଭାରତ ସରକାର । ଏବେ ଭାରତ ରତ୍ନ ପ୍ରଦାନ ପାଇଁ ବଢ଼ିଛି ଦାବି । ମହାରାଷ୍ଟ୍ର କ୍ୟାବିନେଟରେ ଏନେଇ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ଜଣାଶୁଣା ରାଜନେତା, ଶିଳ୍ପପତି, ଚଳଚ୍ଚିତ୍ର କଳାକାର ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଦୁଃଖ ସମୟରେ ରତନ ଟାଟାଙ୍କ ପୋଷା କୁକୁର ବି ଅନ୍ତିମ ଦର୍ଶନ ପାଇଁ ୱର୍ଲି ସ୍ମଶାନରେ ପହଞ୍ଚିଥିଲା। ଏହି ଦୃଶ୍ୟକୁ ଦେଖି ଲୋକେ ଭାବିବିହ୍ବୋଳ ହୋଇପଡ଼ିଥିଲେ।