ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ । ସେନେଇ ନିଷ୍ପତ୍ତି ନିଆଯିବ |
ଇନକମ ଟାକ୍ସ ପାଇଁ ଯଦି କାଟିଥାଏ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | ଯଦି କଟିଛି ବିଭାଗକୁ ଜଣାନ୍ତୁ ବୋଲି ଅପିଲ କଲେ ମନ୍ତ୍ରୀ | ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ | ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି | ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ | ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ…