ରାସନ କାର୍ଡ e-KYC ଅବଧି ବଢାଇଲେ ସରକାର

ଜାନୁଆରୀ ୩୧ ଯାଏଁ ବଢ଼ିଲା ରାସନ କାର୍ଡ ଇ-କେଓ୍ବାଇସି ଅପଡେଟ ଅବଧି। ଅବଶିଷ୍ଟ ହିତାଧିକାରୀ କରିବେ ଇ-କେଓ୍ବାଇ ଅପଡେଟ। ପୂର୍ବରୁ ଜାନୁଆରୀ ୧୫ ତାରିଖ ସୁଦ୍ଧା ଇ-କେଓ୍ୱାଇସି ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି।

ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାର ଅଧିକାରୀ E-KYC କରାଇଛନ୍ତି । ଆଗକୁ ଅନ୍ୟ ରାଜ୍ୟରେ ଲୋକ ଯଦି ରହି ଯାଇଛନ୍ତି ଜଣାପଡ଼ିଲା ସେମାନଙ୍କ ନିକଟକୁ ଟିମ୍ ଯିବ । ସମସ୍ତଙ୍କର E-KYC କରିବେ ସରକାର । ଏହା ସହିତ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗୋଟେ ଗୋଟେ ଜିଲାରୁ ବାହାରିଛନ୍ତି ପାଖାପାଖି ଦେଢ ଲକ୍ଷ ଭୂତ ହିତାଧୀକାରୀ। ସେମାନଙ୍କୁ ବାନ୍ଧିବା ଏବଂ ତାଙ୍କ ପଛରେ ଥିବା ବାବୁଙ୍କୁ ଏନେଇ ମହଙ୍ଗା ପଡ଼ିପାରେ।

ଅଧିକ ପଢନ୍ତୁ