ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ କରିବାକୁ ବାରଣ କଲେ ହାଇକୋର୍ଟ

ରାଜ୍ୟରେ ଦଶହରା ଉତ୍ସବକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।। ତେବେ ଆସନ୍ତା ମାସ ୫ ତାରିଖ ସୁଦ୍ଧା ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାଘାଟ ଗୁଡିକ ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ପୂର୍ତ୍ତ ସଚିବ । ସେହିପରି ଏସସିବି ମେଡିକାଲରେ ଲାଗି ରହିଥିବା ନାନାବିଧ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ହାଇକୋର୍ଟଙ୍କୁ ସ୍ୱାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି

ଅଧିକ ପଢନ୍ତୁ