ରାସ୍ତା ସଂଯୋଗୀକରଣରେ ୧ନଂ ହେବ ଓଡ଼ିଶା

ରାସ୍ତା ସଂଯୋଗୀକରଣକୁ ନେଇ ବଡ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା ।। ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଥିସହିତ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ । ଏହି ଅବସରରେ ଚାରି ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ସେଥିମଧ୍ୟରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ନୀତିନ ଗଡ଼କରୀ । ଚାରୋଟି ସିଆରଆଇଏଫ ବ୍ରିଜ ୪୨୭ କୋଟି ଟଙ୍କାର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ । ଚଳିତ ବର୍ଷ ଓଡ଼ିଶା ସରକାର ୨୮ ହଜାର କୋଟିର ଅନୁଦାନ ଦାବି କରିଥିବା ବେଳେ ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି କେନ୍ଦ୍ରମନ୍ତ୍ରୀ।

ଅଧିକ ପଢନ୍ତୁ

kc ads