ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମ ମୁଣ୍ଡା ସାହିର ରାଧା କୃଷ୍ଣ ଯୁବକ ସଂଘ କମିଟି ତରଫରୁ ଚଳିତ ୨୦୨୫ ମସିହା ରାହସ ପୂର୍ଣ୍ଣିମା ପୂଜା ପାଇଁ କମିଟି ର ସଭାପତି ସୁଶାନ୍ତ ମୁଣ୍ଡାଙ୍କ ସଭାପତିତ୍ବ ରେ ପୂଜା ମଣ୍ଡପରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଟୁଟୁରାମ ମୁଣ୍ଡା ,କୋଷାଧ୍ୟକ୍ଷ ପରମେଶ୍ୱର ମୁଣ୍ଡା,ସଂଯୋଜକ ସନ୍ତୋଷ କୁମାର ପାତ୍ର ଓ ସଂପାଦକ ବଳରାମ ମୁଣ୍ଡା,ସହ ସମ୍ପାଦକ ରାମଚନ୍ଦ୍ର ମୁଣ୍ଡା ବୈଠକରେ ଉପସ୍ଥିତ ରହି ପୂଜା,ସାଜସଜା,ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଭଷାଣି ଯାତ୍ରା କୁ ଆକର୍ଷଣୀୟ କରିବା ସଂପର୍କରେ ମତାମତ ରଖିଥିଲେ।ଚଳିତ ବର୍ଷ ଡ୍ୟାନ୍ସ ଧମକା କାର୍ଯ୍ୟକ୍ରମ ରେ ଅତିଥିଭାବେ ଜି ସାର୍ଥକର ରଜ କୁଇନର ସ୍ୱର୍ଣ୍ଣପ୍ରଭା ମହାନ୍ତ ଏବଂ ଜଜ୍ ଭାବେ ହରିଚନ୍ଦନ ପୁର ବ୍ଲକର ରାଜେଶ କୁମାର ବାରିକ, କଟକ ସହରର ଆଦିତ୍ୟ ଧନରାଜ, ଯୋଡ଼ା ର MD ଜାକିର, ମୟଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ଖୁସି ନାଏକ, ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଙ୍କର ଭାବେ କେନ୍ଦୁଝର ସହରର ମିସ୍ ମାଧୁରୀ ଓ ଡୁବୁରୀ ର ରାଜେଶ ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଧାକୃଷ୍ଣ କମିଟିର ମୁଖ୍ୟ ସହଯୋଗ ଭାବେ ନରର୍ତ୍ତମ ମୁଣ୍ଡା, କୃଷ୍ଣଚନ୍ଦ୍ର ମୁଣ୍ଡା,ଭାଗବତ ମୁଣ୍ଡା, ବାବୁଲା ମୁଣ୍ଡା, ନୁନ୍ଦୁ ମୁଣ୍ଡା,
ଲିପୁ ବେହେରା, ପରମେଶ୍ୱର ବେହେରା, ମଣ୍ଟୁରାମ ମୁଣ୍ଡା, ରାଜେଶ ମୁଣ୍ଡା ଅନାମ ମୁଣ୍ଡା,ପିଙ୍କୁ ବେହେରା, ମକରାମୁଣ୍ଡା ପ୍ରମୁଖଙ୍କ ଉପସ୍ଥିତ ଥିଲେ। ଚଳିତ ମାସ ନମ୍ବେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି ଡ୍ୟାନ୍ସ ଧମକା, ସଂନ୍ଧ୍ୟାରେ ଭଜନ ସମାରହ, ପ୍ରସାଦ ସେବନ ସହ ଅତି ଧୁମଧାମରେ ପାଳିତ ହେବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
