ରାହୁଲ ଗାନ୍ଧୀଙ୍କୁ ମିଳିଲା ପାଞ୍ଚ ନମ୍ବର ସିଟ୍, କଂଗ୍ରେସର ତୀବ୍ର ସମାଲୋଚନା

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ସର୍ବାଧିକ ୯୮ ମିନିଟ ଭାଷଣ ଦେଇଛନ୍ତି। ଏହି ସମାରୋହର ଶାସକ ଦଳର ନେତାମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା। ହେଲେ ମୋଦୀଙ୍କ ୯୮ ମିନିଟ୍ ଭାଷଣର ଯେତେକି ଚର୍ଚ୍ଚା ନାହିଁ ସେତିକି ଚର୍ଚ୍ଚା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିକୁ ନେଇ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଏହା ଉପରେ ଅନେକ ଆଲୋଚନା ହେଉଛି। ରାହୁଲଙ୍କ ବସିବା ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ପଚାରିଛି। ଅଲିମ୍ପିକ ପଦକ ବିଜେତାମାନେ ରାହୁଲଙ୍କ ଆଗରେ ବସିଥିବାର ନଜର ଆସିଛନ୍ତି। ସେ ଯେଉଁ ଲାଇନରେ ବସିଥିଲେ, ହକି ଦଳର କିଛି ଖେଳାଳି ମଧ୍ୟ ତାଙ୍କ ସହ ବସିଥିଲେ। ରାହୁଲଙ୍କ ପଛରେ ଆଉ ଦୁଇଟି ଧାଡି ଅଛି, ଯେଉଁଥିରେ ଅନ୍ୟ କେତେକ ଅତିଥି ବସିଛନ୍ତି।

ଏଠାରେ ଧ୍ୟାନ ଦେବା କଥା ହେଉଛି ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସ୍ବାଧୀନତା ଦିବସ ପାଳନ ପାଇଁ ଲାଲକିଲ୍ଲାରେ ଜଣେ ବିରୋଧୀଦଳ ନେତା ଉପସ୍ଥିତ ଥିଲେ। ତାଙ୍କୁ ପଛରେ ବସାଇବାକୁ ନେଇ ବିବାଦ ଉଠିଛି। ପ୍ରୋଟୋକଲ ଅନୁସାରେ ଜଣେ ବିରୋଧୀ ଦଳର ନେତାର ପ୍ରତିଷ୍ଠା ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ସମାନ ହୋଇଥାଏ। ତେଣୁ ନିୟମ ଦୃଷ୍ଟିରୁ ଆଗ ଧାଡ଼ିରେ ତାଙ୍କ ପାଇଁ ସିଟ୍ ରହିବା ଆବଶ୍ୟକ। ହେଲେ ଆଗ ଧାଡ଼ିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂହ ଚୌହ୍ୱାନ, ଅମିତ ଶାହ ଓ ଏସ୍ ଜୟଶଙ୍କର ଆଦି ବସିଥିଲେ। ତେବେ ଏହି ସମଗ୍ର ପ୍ରସଙ୍ଗରେ ସରକାରଙ୍କ ତରଫରୁ ଏକ ବିବୃତ୍ତି ମଧ୍ୟ ଆସିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଏଥର ଅଲିମ୍ପିକ ପଦକ ବିଜେତାଙ୍କୁ ଆଗ ଧାଡି ଦିଆଯାଇଥିଲା। ଏହି କାରଣରୁ ରାହୁଲ ଗାନ୍ଧୀଙ୍କୁ ପଛ ଧାଡିରେ ବସିବାକୁ ପଡିଥିଲା। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଏହାର ଆସନ ଯୋଜନା କରିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଅଟେ।

ଅଧିକ ପଢନ୍ତୁ

kc ads