ରାୟଗଡ଼ା: ‘ସମସ୍ତଙ୍କ ପାଇଁ ଶିକ୍ଷା’ର ବାର୍ତ୍ତା ନେଇ ରାୟଗଡ଼ା ଜିଲ୍ଲାରେ KISS ଓ KIIT ପକ୍ଷରୁ ଅଷ୍ଟମ ବାର୍ଷିକ ‘ଏଜୁକେସନ୍ ଫର୍ ଅଲ୍’ (Education for All) ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। କୁଲି ଗ୍ରାମପଞ୍ଚାୟତଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ଏହି ମାରାଥନ ରେସ ରେ କୁଲି , ବଡ ଆଲୁବାଡି, ପିପିଲିଗୁଡା, ବାଇଶିଂ ଓ ଦଙ୍ଗଲୋଡ଼ି ପଞ୍ଚାୟତର 3ଶହରୁ ଉର୍ଦ୍ଧ୍ବ ଯୁବପିଢି ଅଂଶ ଗ୍ରହଣ କରିଥିଲେ। କୁଲି ନିକଟସ୍ଥ ଦେବୀ ମନ୍ଦିର ଛକ ରୁ ବାହାରି କୁଲି chirdrens ପାର୍କ ପର୍ଯ୍ୟନ୍ତ ଏହି ମିନି ମାରାଥନ ରେସ ଅନୁଷ୍ଠିତ ହୋଇଥିଲା।
ଏହି ମାରାଥନକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DIPRO) ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ (Flag-off) କରିଥିଲେ।ମିନି ମାରାଥନ ପରେ କୁଲି children’s ପାର୍କ ପରିସରରେ ଏକ ସଚେତନତା ସଭାର ଆହୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, କଳୀଙ୍ଗଟିଭି ରାୟଗଡ଼ା ବ୍ୟୁରୋ ହେଡ୍ ଅମୁଲ୍ୟ ରତ୍ନ ସାହୁ ,KISS ଜିଲ୍ଲା ସଭାପତି ମାଝି ପିଡିକାକା
ବିଶିଷ୍ଟ ସମାଜସେବୀ ଘାସିରାମ ସାମୁତିକା, କୁଲି ଗ୍ରାମପଞ୍ଚାୟତ ସରପଞ୍ଚ ମୋହନ ତାଡିଙ୍ଗି ପ୍ରମୁଖ ଯୋଗଦେଇ ଶିକ୍ଷାର ପ୍ରସାର ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।ଅବି ସମସ୍ତ କାର୍ଯ୍ୟକ୍ରମକୁ
KISS ଓ KIIT ର ଜିଲ୍ଲା ସଂଯୋଜକ ରୋନିତ ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳିତ ହୋଇଥିଲା। ଶିକ୍ଷା କ୍ଷେତ୍ରରେ କିସ ଓ କିଟ୍ର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ସମସ୍ତ ପ୍ରତିଯୋଗୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚ ରେ ଉପସ୍ଥିତ ଅତିଥି ମାନଙ୍କୁ ଉପଢୌକନ ଓ ଫଳକ ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷା କୁ ସାର୍ବଜନୀନ କରିବା ପାଇଁ ଡଃ ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମ କୁ ପ୍ରଶଂସା କରାଯାଇଥିଲା।
