ରାୟଗଡ଼ା ଜିଲ୍ଲା ବିଜେଡିର ପ୍ରେସମିଟ୍ଭାସ୍କର ଥିଲେ ଗୁରୁଦ୍ରୋହି ଓ ଦଳଦ୍ରୋହି – ସୁଧିର ଦାସ

ରାୟଗଡ଼ା ତା ଗତକାଲିର ଭାସ୍କରଙ୍କ ଇସ୍ତଫା ପତ୍ର କୁ ନେଇ ଆଜି ପ୍ରେସମୀଟ କରି ଖୁସି ଜାହିର କରିଛି ସୁଧିର ଗୋଷ୍ଠୀ। ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ରାୟଗଡ଼ା ସ୍ଥିତ ହୋଟେଲ କୈଳାସରେ ପ୍ରେସ ମୀଟ କରି ଦଳରୁ ଭାସ୍କରଙ୍କ ଇସ୍ତଫା ଜିଲ୍ଲା ପାଇଁ ମଙ୍ଗଳ ହେବ ବୋଲି କହିଛନ୍ତି । ଗତକାଲିର ଯେଉଁ ମନ୍ତବ୍ୟ ଦଳ ଓ ପଦବୀରେ ରହି କୌଣସି ସରକାରୀ ସୁବିଧା ନେଇ ନଥିବା କଥାକୁ ଖଣ୍ଡନ କରିବା ସହ ଏବେ ଯେଉଁ ସ୍ଥାନରେ ରହିଛନ୍ତି ତାହା ଦଳ ତାଙ୍କୁ ଦେଇଛି ବୋଲି ସ୍ପଷ୍ଟ କରିଥିଲେ । ଏହା ସହ ପୂର୍ବତନ ସଭାପତି ସୁଧୀର ଦାସ ଭାସ୍କରଙ୍କ ଭଳି ଗୁରୁଦ୍ରୋହି ଓ ଦଳଦ୍ରୋହି ବ୍ୟକ୍ତି ବିଶେଷ ସହ ଆମେ କାର୍ଯ୍ୟ କରିବାକୁ ନାରାଜ ଥିଲୁ ବୋଲି ତେରେଛା ବାଣ ମାରିଲେ। ଏହାସହ କହିଥିଲେ ଯେ ରାୟଗଡ଼ା ବିଜେଡିରେ ଯେଉଁ କିଛି ଦିନ ହେଲା ମହାଭାରତ ଚାଲିଥିଲା ଓ କୌରବ ଓ ପାଣ୍ଡବଙ୍କ ଲଢେଇ ହେଲା ସେଥିରେ ଧର୍ମର ଜୟ ହୋଇଛି ବୋଲି କହି ଥିଲେ । ଗତକାଲିର ଭାସ୍କର ଓ ତାଙ୍କର ଅନୁଗତଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି। କହିଥିଲେ । ଏହା ସହ ଏହି ପ୍ରେସମିଟ୍ ରେ ଉପସ୍ଥିତ ଥିବା ଅଧିକାଂଶ ଜିଲ୍ଲା ବିଜେଡ଼ିର ନେତା କର୍ମୀ ନେତୃବୃନ୍ଦ ଭାସ୍କରଙ୍କ ଇସ୍ତଫା ଦଳ ପାଇଁ ଶୁଭଙ୍କର ବୋଲି କହିଥିଲେ। ଶ୍ରୀ ଦାସ କହିଥିଲେ ଯେ ଗତ ନିର୍ବାଚନରେ ଜିଲ୍ଲାରେ ବିଧାୟକ ଓ ସାଂସଦଙ୍କ ହାର ପାଇଁ ଭାସ୍କର ନିଜେ ଦାୟୀ ବୋଲି ମଧ୍ୟ କହିଥିଲେ। ଏହାସହ ୨୦୦୦ ମସିହାରେ ଭାସ୍କର କଣ ଥିଲେ ଓ ଆଜି କଣ ଅଛନ୍ତି ଏହାର ସଫେଇ ସେ ଦେବେ କି ବୋଲି ଗଣମାଧ୍ୟମ ଆଗରେ କହିଥିଲେ ।

ଏହାସହ ଦଳରେ ରହି ଯେଉଁ ଅନ୍ତର୍ଘାତି କାର୍ଯ୍ୟ କରିଛନ୍ତି ସେ ନେଇ ସମସ୍ତ କର୍ମୀଙ୍କର ଲୁହ ତା ଉପରେ ପଡ଼ିଛି ବୋଲି କହିଥିଲେ । ଏହାକୁ ନେଇ ଉକ୍ତ ପ୍ରେସମିଟରେ ସମସ୍ତ କର୍ମକର୍ତ୍ତା ନିଜନିଜର ମତାମତ ଦେବା ସହ ଆଗାମୀ ଦିନରେ ବିଜେଡି ସଂଗଠନ କୁ ସୁଦୃଢ଼ କରିବା ନିଷ୍ପତ୍ତି ନେଇ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଓ ବହୁତ୍ କାମ ଦିନରେ ରାୟଗଡ଼ା ଏକ ଦଳୀୟ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital