ରାୟଗଡ଼ ଜିଲ୍ଲା ଜେକେପୁର :ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ

ରାୟଗଡ଼ ଜିଲ୍ଲା ଜେକେପୁର :ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ ନେଇଛି। ଗଭୀର ସମୁଦ୍ର, ଦୂର ଦୁର୍ଗମ ପାହାଡ଼ ଓ ମାନବ ଶରୀର ଭିତରେ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକର ଉପସ୍ଥିତି ମିଳୁଛି। ପୃଥିବୀ ପୃଷ୍ଠଭାଗରେ ବହୁ ପରିମାଣର ଏକବାର ବ୍ୟବହୃତ ପ୍ଲାଷ୍ଟିକ ଜମା ହୋଇ ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହ ଜୀବଜନ୍ତୁ ଓ ମାନବ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରୁଛି।ଜେକେ ପେପର୍ ମିଲ୍ସ ତାଙ୍କ ସିଏସଆର (CSR) ପଦକ୍ଷେପ ଅନ୍ତର୍ଗତ ଶିକ୍ଷା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ପରିପ୍ରେକ୍ଷିତରେ, ଦୈନନ୍ଦିନ ଜୀବନରେ ବିଶେଷକରି ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକର ବ୍ୟବହାର କମାଇବା ଉଦ୍ଦେଶ୍ୟରେ 23 ଟି ବିଦ୍ୟାଳୟ ର 4060 ଛାତ୍ରଛାତ୍ରୀମାନଙ୍କ ପାଇଁ ସଚେତନତା ଅଭିଯାନ କରାଯାଇଥିଲା। ଏହି ବର୍ଷ “ବିଶ୍ୱ ପରିବେଶ ଦିବସ”ର ଥିମ୍ ହେଉଛି “Beat Plastic Pollution”। ଏହାକୁ ଆଧାର କରି ଏପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟରେ ସଚେତନତା ସତ୍ର ଆୟୋଜନ କରାଯାଇଛି ଏବଂ ଆଗାମୀ ମାସଗୁଡ଼ିକରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆବର୍ତ୍ତିତ କରିବା ଲକ୍ଷ୍ୟରେ ଏହି ଅଭିଯାନ ଜାରି ରହିବ। ଏହି ପରିପ୍ରେକ୍ଷୀରେ ରେ ଆଜି ମାଟିକଣା ଉଚ୍ଚ ବିଦ୍ୟାଳୟ ପରିସରରେ ରେ ସଚେତନତା ସତ୍ର ର ଆୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ତ୍ରିପାଠୀପ୍ରବନ୍ଧକ (ଗୁଣାତ୍ମକତା), ରିସୋର୍ସ ପର୍ସନ୍ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ନାୟକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନ୍ୟନ୍ୟ ବିଦ୍ୟାଳୟ ଗୁଡିକ ରେ ହୋଇଥିବା ସଚେତନତା ସତ୍ରଗୁଡ଼ିକୁ ଜେକେ ପେପର୍ ମିଲ୍ସର ଅଧିକାରୀମାନେ — ଶ୍ରୀ ଜି.ଏସ୍. ପଟ୍ଟନାୟକ, ସାଧାରଣ ପ୍ରବନ୍ଧକ (QA & TS), ଶ୍ରୀ ଯଶବନ୍ତ ସିଂହ, ଡିଜିଏମ୍ (ଟେକ୍ନୋଲୋଜି ଡିଭେଲପମେଣ୍ଟ), ଦିଲ୍ଲୀପ କୁମାରତ୍ରିପାଠୀ, ପ୍ରବନ୍ଧକ (ଗୁଣାତ୍ମକତା), ଶ୍ରୀ ଆର.ଏସ୍. ପଟ୍ଟନାୟକ, ପ୍ରବନ୍ଧକ (ପରିବେଶ), କୁମାରୀ ମଧୁସ୍ମିତା ପାଢ଼ୀ ସହାୟକ ପ୍ରବନ୍ଧକ (ଟେକ୍ନୋଲୋଜି ଡିଭେଲପମେଣ୍ଟ) କୁମାରୀ ତନ୍ମୟା ଜାନୀ, ସହାୟକ ପ୍ରବନ୍ଧକ (ଟେକ୍ନୋଲୋଜି ଡିଭେଲପମେଣ୍ଟ), ହରି ହର ଖମାରି ଉପ ପ୍ରବନ୍ଧକ, ଦୁର୍ଗା ପ୍ରସାଦ ରଣା, ଅଫିସର, (ବିଦ୍ୟୁତ୍ ବିଭାଗ), ପ୍ରକାଶ ସାହୁ, ସହ ପ୍ରବନ୍ଧକ (ପେପର୍ କନଭର୍ଟିଂ), ଲିଙ୍ଗରାଜ ବିଶୋଇ, ଅଫିସର (ର ମାଟେରିଆଲସ)ଏବଂ ଶ୍ରୀ ସୁନିଲ ପ୍ରଧାନ, ଉପନିର୍ଦ୍ଦେଶକ, ପଲ୍ପ ଏବଂ ପେପର୍ ଗବେଷଣା ସଂସ୍ଥା, ଜେକେପୁର — ନିକଟସ୍ଥ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ରିସୋର୍ସ ପର୍ସନ୍ ଭାବେ ଯୋଗଦେଇ ଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ସିଏସଆର ବିଭାଗ ର ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ମହାପାତ୍ର ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ