ରାୟଗଡାରେ ୨ଟି କଲରା ପତରିଆ ବାଘ ଛାଲ ଜବତ, ୪ଗିରଫ

ରାୟଗଡା – ରାୟଗଡା ଜିଲ୍ଲା କୋଲନରା ଅଂଚଳରୁ ୨ଟି କଲରାପତରିଆ ବାଘ ଚମଡା ଜବତ ସହ ଚାରି ଜଣଙ୍କୁ ରାୟଗଡା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସି ବିଭାଗ ଗିରଫ କରିଥିବା ଜଣାପଡିଛି I ଗିରଫ ବ୍ୟକ୍ତି ମାନେ ୨ ଜଣ ରାୟଗଡା ଜିଲ୍ଲାର ହୋଇଥିବା ବେଳେ ୨ ଜଣ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡିଛି I ଉକ୍ତ ୪ ଅଭିଯୁକ୍ତ ମଧ୍ୟରୁ ୨ ଜଣ ଗୁଣପୁର ବ୍ଲକ ପୁଟାସିଂ ଅଂଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମାଛଖୁଣ୍ଟି ଅଂଚଳର ମହେଶ ହୁଇକା ଅନ୍ୟ ୨ ଜଣ ବ୍ୟକ୍ତି ମହାରାଷ୍ଟ୍ର ରାଜ୍ୟର ମାତିନଗର ଅଂଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡା କୁ ବିକ୍ରୀ କରିବା ପାଇଁ ଯୋଗାଯୋଗରେ ରହିଥିଲେ I କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତ ମାନଙ୍କୁ ଟ୍ରାକ କରିଥିଲେ I ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ I ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରୀ କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ I ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ଆଚାରୀ ସୂଚନା ଦେଇଛନ୍ତି I ଏହି କଲରାପତରିଆ ବାଘ ଚମଡାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ସୂଚନାରୁ ଜଣାପଡିଛି I ଉଭୟ ବାଘର ବୟସ ୫/୭ ବର୍ଷ ମଧ୍ୟରେ ରହିଥିବା ଜଙ୍ଗଲ ବିଭାଗ ସୂଚନା ଦେଇଛି।

ଅଧିକ ପଢନ୍ତୁ