ରାୟଗଡ଼ା ୧୨.୦୪.୨୦୨୫ : ରାୟଗଡା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ଙ୍କ ଚୈତ୍ର ପର୍ବ ଉଜାପିତ ହେଇଯାଇଛି, ଗତ ୮ ତାରିଖ ଦିନ ଆରମ୍ଭ ହୋଇଥଲା, ପ୍ରଥମ ଦିନରୁ ସ୍ବତନ୍ତ୍ର ଭାବେ କଳସ ସ୍ଥାପନ ଅଖଣ୍ଡ ଦ୍ବୀପ ହୁମ ଯଜ୍ଞ ଅନୁଷ୍ଠିତ ହୋଇଛି, ମାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି ଏହି ବେଶରେ ମା ଜଟୁକୁଛନ୍ତୀ ଏହି ଅପୂର୍ବ ବେଶକୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି। ରୀତିନୀତି ଅନୁସାରେ ପୂଜାପାଠ ହେଉଛି ୫ ଦୀନ ଧରି ସୁନାବେଶ ଅନୁଷ୍ଠିତ ହୋଇଛି, ଏହି ଅବସରରେ ମଝିଘରିଆଣୀ ମାଙ୍କ ଘଟ ଗାଁ ପରିକ୍ରମା କରୁଛି, ଆଜି ଶେଷ ଦୀନରେ ଅଗ୍ନିରେ ଚଳିବେ ଓ କଣ୍ଟା ଦୋଳିରେ ମା ଝୋଲିବେ। ମାଙ୍କ ସୁନା ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଓ ଲମ୍ବା ଲାଇନ ଲାଗିଛି, ଶ୍ରଦ୍ଧାଳୁ ନଡ଼ିଆ କଦଳୀ ଓ ଫୁଲ ଧରି ମାଙ୍କ ନିକଟର ପହଞ୍ଚି ଦର୍ଶନ କରୁଛନ୍ତି। ପ୍ରତିଦିନର ମାଙ୍କ ଅର୍ନ ପ୍ରସାଦ ମୂକ୍ତରେ ଶ୍ରଦ୍ଧାଳୁ ପାଇପାରିଛନ୍ତି ବୋଲି ପରିଚାଳନା କମିଟି ସଭାପତି ରାଇସିଂ ବିଡ଼ିକା କହିଛନ୍ତି, ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦୈନିକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାଙ୍କ ମନ୍ଦିରକୁ ଆସି ଦର୍ଶନ କରିବା ସହିତ ସନ୍ଦ୍ୟା ଆଳତି ଗ୍ରହନ କହୁଛନ୍ତି। ରାୟଗଡ଼ାରୁ ଶୁରେଶ ଦାସଙ୍କ ରିପୋର୍ଟ
