ରାୟଗଡା ରୁ -ନକଲି ମାଓ ପୋଷ୍ଟର ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ

ରାୟଗଡା ରୁ -ନକଲି ମାଓ ପୋଷ୍ଟର ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିଥିବା ଘଟଣାରେ ରାୟଗଡ଼ା ପୋଲିସ ରବିବାର ୱେବ ସାମ୍ବାଦିକ ରଞ୍ଜୁ ଓରଫ୍ ଅନୁବ୍ରତ ବାରା ଓ ବଳି ମାଝିଙ୍କୁ ଗିରଫ କରିଥିଲା । ଏହି ଘଟଣାର ଅଧିକା ତଦନ୍ତ କରି ସେମାନଙ୍କ ଆଉ ଜଣେ ସାଥୀ ବିଷମକଟକ ଥାନା ଅର୍ନ୍ତଗତ ସୀମାଂଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗିକୁ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସ୍ୱାଥି ଏସ.କୁମାର । ଶୁକ୍ରବାର ସକାଳେ ରାୟଗଡ଼ା ସହର ନିକଟବର୍ତି ଶେଷଖାଲ ଥାନା ଅର୍ନ୍ତଗତ ଧୁମାଗୁଡ଼ା, ଚାନ୍ଦିଲି ଥାନା ଅର୍ନ୍ତଗତ ପାଇକପଡ଼ା ଏବଂ କଲ୍ୟାଣସିଂହପୁର ଥାନା ଅର୍ନ୍ତଗତ କୁମ୍ଭାରଗୁଡ଼ା ଛକ ନିକଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଉକ୍ତ ମାଓ ପୋଷ୍ଟର ଜବତ ପରେ ରାୟଗଡ଼ା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ସାମ୍ବାଦିକ ଅନୁବ୍ରତ ବାରା ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇବା ପରେ ରବିବାର ତାଙ୍କୁ ଓ ବଳି ମାଝିଙ୍କୁ ଗିରଫ କରିଥିଲା । ଛତିଶଗଡ଼ ରାଜ୍ୟର କିଛି ହାର୍ଡ଼କୋର ମାଓବାଦୀ ଆତ୍ମସମର୍ପଣ ଦର୍ଶାଇବା ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତି କରିଥିଲେ ୱବ ସାମ୍ବାଦିକ ଅନୁବ୍ରତ ବାରା । ବର୍ତ୍ତମାନ ନକଲି ମାଓବାଦୀ ନାମରେ ମୋଟ 4ଜଣ ଗିରଫ୍ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ରାୟଗଡା ଏସପି କହିଛନ୍ତି।

ଅଧିକ ପଢନ୍ତୁ