ରାୟଗଡା-ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାୟଗଡା ଗସ୍ତ ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

Dtd -14/8/24-ଓଡିଶା ସରକାରଙ୍କ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାୟଗଡା ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଶିଳ୍ପ ତାଲିମ ଅନୁଷ୍ଠାନର ପରିଦର୍ଶନ କରିଛନ୍ତି ଓ ସନ୍ଧ୍ୟାରେ ରାୟଗଡା ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବାର କାର୍ଯକ୍ରମ ରହିଛି । ଆଜି ପ୍ରଥମେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ଦର୍ଶନ କରିବା ପରେ ଜେକେ କାଗଜ କଳ, ମିଟସ ଫୁଡ ପାର୍କ, ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା କେନ୍ଦ୍ର, ବିଷମକଟକ ଶିଳ୍ପ ତାଲିମ କେନ୍ଦ୍ର ଓ ହାଟମୁନିଗୁଡା ସ୍ଥିତ ରାମକୃଷ୍ଣ ମିଶନରେ ଥିବା ସିଲେଇ ତାଲିମ କେନ୍ଦ୍ର ବୁଲିଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ମାତବିନିମୟ କରିଛନ୍ତି। ଏହି ଅବସରରେ ବିଷମକଟକ ଶିଳ୍ପ ତାଲିମ କେନ୍ଦ୍ରରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ସ୍କ୍ରାପ ମିଉଜିଅମ ଉଦଘାଟନ କରିଛନ୍ତି।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ଆଗାମୀ ଦିନରେ ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରାଇବାକୁ ଆହୁରି ଅନେକ ଯୋଜନା ପ୍ରଣୟନ କରାଯିବ ବୋଲି ମନ୍ତୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି। ଗସ୍ତ ସମୟରେ ବିଷମକଟକ ବିଧାୟକ ନୀଳମାଧଵ ହିକକା, ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବି, ଜିଲ୍ଲା କର୍ମ ନୀୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତି ଥିଲେ। ସନ୍ଧ୍ୟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାରେ ଥିବା ଶିଳ୍ପ, ଦକ୍ଷତା ବିକାଶ ଓ ବ୍ୟସୟିକ ଶିକ୍ଷାର ସ୍ଥିତ ଉପରେ ସମୀକ୍ଷା କରିଥିବା ବେଳେ ଉକ୍ତ ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ।

ଅଧିକ ପଢନ୍ତୁ