ରାୟଗଡା -ସଫେଇ ନହୋଇ ଆବର୍ଜନା ମୟ ମୁନିଗୁଡ଼ା

Dtd -6/7/25-ରାୟଗଡା ଜିଲ୍ଲା ମୁନିଗୁଡ଼ା ସହରର ସାହି ସାହିରେ ସଫେଇ ନହୋଇ ଚାରିଆଡେ ଆବର୍ଜନା ମୟ ହୋଇଯାଇଛି। ଗୌଡ଼ ସାହି ଶିବମନ୍ଦିର ସାମ୍ନା ଗୌଡ଼ ସାହିରୁ ସିନେମା ହଲ ରାସ୍ତା ପର୍ଯ୍ୟନ୍ତ ଆଉ ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ପରିବେଶ ବିପର୍ଯ୍ୟସ୍ତ ହୋଇପଡିଛି। ସେହିଭଳି ଗୌଡ଼ ସାହି ଓ ଦୁବେ ସ୍କୁଲ ରାସ୍ତାରେ ପାଦ ପକେଇବାକୁ ଡର ଲାଗୁଥିବା ବେଳେ ପିଲା ମାନେ କାଦୁଅରେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି। 30000 ଜନସାଧାରଣଙ୍କୁ ନେଇ ଗଠିତ ମୁନିଗୁଡା ପଞ୍ଚାୟତ ସ୍ୱଚ୍ଛତା ଓ ସ୍ୱଚ୍ଛ ଭାରତର ଡିଣ୍ଡିମ ପିଟାଯାଉ ଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ ଓଲଟା। ଓଡ଼ିଶାରେ ହଇଜା ବ୍ୟାପିବାରେ ଲାଗୁଛି ଅଥଚ ମୁନିଗୁଡ଼ା ବ୍ଲକ ପ୍ରଶାସନ ହେଉ ଅଥବା ମୁନିଗୁଡ଼ା ପଞ୍ଚାୟତର ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ ମୁନିଗୁଡ଼ରେ ଝାଡାଵନ୍ତି ଆରମ୍ଭ ହେବା ନେଇ ସନ୍ଦେହ ସୃଷ୍ଠି ହେଉଛି।

ଅଧିକ ପଢନ୍ତୁ

kc ads