ରାୟଗଡ ରେଳ ମଣ୍ଡଳର ଶିଳାସ୍ଥାପନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି .ରାୟଗଡ ତା ୬/୧/ ଯୁବ

ଯୁବ ବିକାଶ ପରିଷଦ ରାୟଗଡ ର ଦୀର୍ଘ ବର୍ଷର ଲଢେଇ ପରେ ରାୟଗଡ କୁ ରେଳ ମଣ୍ଡଳ ଘୋଷଣା କରାଯାଇଥିଲା . ଆଜି ସୋମବାର ରେ ଭିସି ମାଧ୍ୟମ ରେ ତାହାର ଭିତି ପ୍ରସ୍ତର ଦେଇଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯକ୍ତ ନରେନ୍ଦ୍ର ମୋଦି .ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୋମବାର ଦିନ ବହୁ ପ୍ରତିକ୍ଷିତ ରାୟଗଡ ରେଳ ମଣ୍ଡଳର ଶିଳାନ୍ୟାସ ଆଭାସି ମାଧ୍ୟମରେ କରିଛନ୍ତି । ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟୁ, ଅନୁସୂଚିତ ଜାତି,ଜନଜାତି, ଗଣଶିକ୍ଷା ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ରାୟଗଡ ବିଧାୟକ ଆପଲସ୍ୱାମୀ କାଡ୍ରାକା, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲା ବିଜେପି ଶିବ ପଟ୍ଟନାୟକ ମଂଚାସୀନ ଥିଲେ । ପୂର୍ବତଟ ରେଳ ବିଭାଗର ଜିଏମ, ପରମେଶ୍ୱର ପୁଙ୍କୱାଲା ଅତିଥି ପରିଚୟ ପ୍ରଦାନ କରିଥିଲେ ।


୧୦୭ କୋଟି ଟଙ୍କା ବ୍ୟୟରେ ରାୟଗଡା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ଶିଳାନ୍ୟାସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରିବା ସହ ଆଜି ଐତିହାସିକ ଦିନ ବୋଲି ପ୍ରକାଶ କରିଥିଲେ । ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପରେ ସ୍ଥାନୀୟ ଅଂଚଳର ରେଳ ଭିତିିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ । ଆଜି ଗୋଟିଏ ଦିନରେ ଉତର ଭାରତର ଜମ୍ମୁ ଓ କାଶ୍ମିରୀ, ପୂର୍ବ ଭାରତର ଓଡିଶା ଏବଂ ଦକ୍ଷିଣ ଭାରତର ତେଲେଙ୍ଗାନା ପାଇଁ ଐତିହାସିକ ଦିନ । ଏହି ତିନି ରାଜ୍ୟରେ ବହୁ ପ୍ରତିକ୍ଷିତ ରେଳ ଭିତିଭୂମିର ବିକାଶ ପାଇଁ ରାଜ୍ୟବାସୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ପୂରଣ ହୋଇଛି ବୋଲି ମାନବ୍ୟର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଥିଲେ ।
ରାୟଗଡା ରେଳ ମଣ୍ଡଳ ପାଇଁ ଭିତିି ପ୍ରସ୍ତର ସ୍ଥାପନ ସମାରୋହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ଯୋଗ ଦେଇ ରାୟଗଡ ତଥା ଓଡିଶାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ଐତିହାସିକ ରେଳ ଡିଭିଜନ ଦ୍ୱାରା ଦକ୍ଷିଣ ଓଡିଶାର ଆଦିବାସୀ ଅଂଚଳରେ ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ । ଅଂଳରେ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଂଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ । ଶିଳ୍ପାୟନର ଅଭିବୃଦ୍ଧି ଘଟିବ ସହ ଓଡିଶାର ବିକାଶ ହେବ ବୋଲି କହିଥିଲେ । ଏଥି ସହ ରାୟଗଡା ଜିଲ୍ଲାବାସୀଙ୍କ ରାୟଗଡା ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯେଉଁ ଦାବୀ ଥିଲା ତାହା ନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ରାୟଗଡ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ଆସିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାଝି ପ୍ରକାଶ କରିଥିଲେ । ଉପସ୍ଥିତ ଅତିଥି ମାନେ ମଧ୍ୟ ରାୟଗଡ ଠାରେ ରେଳ ମଣ୍ଡଳର ସ୍ଥାପନ ଦ୍ୱାରା ରାୟଗଡାର ବିକାଶ ସହ ଓଡିଶାର ବିକାଶ ଘଟିବ । ଶିଳ୍ପାୟନର ବିକାଶ ସହ ନିଯୁକ୍ତିର ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ ।
ରାୟଗଡା ରେଳ ମଣ୍ଡଳର ମୁଖ୍ୟାଳୟ ରାୟଗଡା ଠାରେ ରହିବ । କାର୍ଯ୍ୟାଳୟ ଭବନ ପ୍ରାୟ ୧୨,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ । ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ ଠାରେ ରେଳ ଡିଭିଜନ ପ୍ରତିଷ୍ଠା ହେବା ନେଇ ଘୋଷଣା ହୋଇଥିଲା । ତେବେ ରେଳ ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମରେ ବିଳମ୍ବ ଘଟିଥିଲା । ରେଳ ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମରେ ବିଳମ୍ବ ଘଟୁଥିବାରୁ ଯୁବ ବିକାଶ ପରିଷଦ ତରଫରୁ ବାରମ୍ବାର ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ କରିଆସୁଥିଲା । ଆଜି ରାୟଗଡା ଠାରେ ରେଳ ଡିଭିଜନ କାର୍ଯ୍ୟାଳୟର ଶିଳାନ୍ୟାସ ପରେ ଯୁବ ବିକାଶ ପରିଷଦର ଆବାହକ ଶିବାଜୀ ଦାଶ,ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ରେଳ ଡିଭିଜନ କାର୍ଯ୍ୟାଳୟର ଅଗ୍ରଗତି ନେଇ ବାରମ୍ବାର ସାଂସଦରେ ଦାବୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡିଆରଏମ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ