ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୂଳରେ ପରିସ୍ଥିତି ସଙ୍କଟାପନ୍ନ ହୋଇଛି। ଲାଗାଣ ବର୍ଷା ଓ ପ୍ରବଳ ପବନର ପ୍ରଭାବରେ ଚିଲିକା ଜଳସ୍ତର ବୃଦ୍ଧି ପାଇ, ରିଙ୍ଗ୍ ରୋଡ଼କୁ ପାଣି ମାଡ଼ି ଆସିଛି। ସ୍ଥାନୀୟ ଲୋକମାନେ ଭୟଭୀତ ଥିବାବେଳେ, ଚିଲିକାର ନୀଳ ଜଳରାଶି ସମୁଦ୍ରର ଭ୍ରମ ସୃଷ୍ଟି କରୁଛି।ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ପ୍ରଖର ଥିବା ଯୋଗୁଁ ଚିଲିକାରେ ମାଛଧରା ବନ୍ଦ ରହିଛି । କେତେକ ମତ୍ସ୍ୟଜୀବୀ ଏବେବି ଚିଲିକା ମଧ୍ୟରେ ରହିଥିବା ସୂଚନା ମିଳିଛି । କେତେକ ମତ୍ସ୍ୟଜୀବୀ ଚିଲିକାରୁ ଫେରିଆସିଛନ୍ତି । ଚିଲିକା କୂଳିଆ ଗାଁ ମାନଙ୍କରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚିଲିକା ମୋଟରବୋଟ୍ ଆସୋସିଏସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି ଯେ, ଏବେ କୌଣସି ପର୍ଯ୍ୟଟନ କିମ୍ବା ନୈକା ବିହାର ସମ୍ଭବ ନୁହେଁ। ପର୍ଯ୍ୟଟକମାନଙ୍କୁ ଚିଲିକା କୂଳକୁ ଯିବାକୁ ବାରଣ କରାଯାଇଛି।
