ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ:ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏକ ବର୍ଷ ପୂରଣ କରୁଥିବାରୁ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରଗୁଡ଼ିକୁ ବର୍ଣ୍ଣନା କରି ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିବାର ଯୋଜନା ଘୋଷଣା କରିଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ ବିଭାଗ ଅନେକ ଯୋଜନା ଆଣିଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦିନରେ ରାଜ୍ୟରେ ପିଏମ୍‌ଶ୍ରୀ ସ୍କୁଲ ନଥିଲା । ଏବେ ପ୍ରତିଷ୍ଠା ହୋଇଛି । ଆଗକୁ ମଧ୍ୟ ଆହୁରି ପିଏମଶ୍ରୀ ସ୍କୁଲ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ପ୍ରତିଶୃତି ଦେଇସାରିଛି। ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଖାସ୍‌ କରି ଶିକ୍ଷକ ନିଯୁକ୍ତରେ ଆମ ସରକାର ଆଗରେ ରହିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା କରାଯିବ ।

ଅଧିକ ପଢନ୍ତୁ

kc ads