ରିମାଣ୍ଡରେ ଆସିବ ମଧୁକାନ୍ତ :ରିମାଣ୍ଡ ପାଇଁ କୋର୍ଟରେ ଚୌଦ୍ୱାର ପୁଲିସର ଆବେଦନ

ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଫେରାର୍ ହେବାର ପ୍ରାୟ ୧୩୪ ଦିନ ପରେ ପୁଣି ଗିରଫ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବ । ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ପାଖରେ ପ୍ରାର୍ଥନା କରାଯାଇଛି । ଏହି ରିମାଣ୍ଡ ସମୟରେ ଜେଲ୍ ଭାଙ୍ଗି ଫେରାର ହେବା ଏବଂ ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ସେନେଇ ମଧୁକାନ୍ତ ଠାରୁ ସତ ଓଗାରିବ ପୁଲିସ୍ । ଅନ୍ୟପଟେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଜାଣିବା ପାଇଁ ପ୍ରତି ସପ୍ତାହରେ ଚୌଦ୍ଵାର ଥାନା ଅଧିକାରୀ ଓ ଜୋନ୍ ଏସିପି ଜେଲ୍ ଯିବାକୁ ସ୍ଥିର ହୋଇଛି ।ସେହିପରି ଜେଲ୍‌ରୁ ବାହାରିବା ପରେ ଗତ ୧୩୪ ଦିନ କେଉଁ ରାଜ୍ୟରେ ଥିଲେ, କିଏ ତାଙ୍କୁ ସାହାଯ୍ୟ କରୁଥିଲା, ଟଙ୍କା କେଉଁଠାରୁ ପାଇଥିଲେ ତାହା ମଧ୍ୟ ଜେରା କରାଯିବ । ଅନ୍ୟପଟେ ଜେଲ୍‌ର ସୁରକ୍ଷାକୁ ନେଇ ପୁଲିସ ଆଉ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି । ତେଣୁ ଗତକାଲି କଟକ ପୁଲିସର ବରିଷ୍ଠ ଅଧିକାରୀମାନେ ଜେଲ୍ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି ।

ଅଧିକ ପଢନ୍ତୁ