ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ,୪୯ ଜଣଙ୍କ ପ୍ରେମିକ

୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ କମିସନରେଟ ପୋଲିସ ରିମାଣ୍ଡରେ ନେବ। କମିସନରେଟ ପୋଲିସ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଥିବା ଜଣାପଡ଼ିଛି। ପରେ ଠକ ପ୍ରେମିକର କେଳେଙ୍କାରୀର ଗୁମର ଖୋଲିବ । ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା ।ଆହୁରି ବଡ଼ବଡ଼ ପଦ ପଦବିର ଛଦ୍ମବେଶରେ ସେ ମହିଳାମାନଙ୍କୁ ଫସାଉଥିବା ତଦନ୍ତରୁ ଜଣାପଡ଼ିଛି। ବହୁରୂପୀ ସତ୍ୟଜିତ୍‌ ନିଜକୁ କେତେବେଳେ ପାଇଲଟ୍‌ ତ କେତେବେଳେ କର୍ପୋରେଟ୍‌ ହେଡ୍‌ ବୋଲି କହୁଥିଲା। କାହାକୁ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ତ କାହାକୁ ସିବିଆଇ ଅଧିକାରୀ ବୋଲି କହି ଭୁଆଁ ବୁଲାଉଥିଲା। ଏତିକି ସବୁ ତଥ୍ୟ ତା’ଠାରୁ ଜବତ ୩ ମୋବାଇଲ୍‌ରୁ ହିଁ ପୁଲିସକୁ ମିଳିଛି। ତେଣୁ ତା’ର ପୂରା ଇତିହାସକୁ ଲୋକଲୋଚନରେ ରଖିବା ଲାଗି ତାକୁ ୧୦ ଦିନିଆ ରିମାଣ୍ଡ୍‌ରେ ଆଣିବାକୁ ପୁଲିସ ଯୋଜନା କରୁଛି।

ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରିଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଫସାଇଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ ବୋଲି କମିଶନର ସଞ୍ଜୀବ ପଣ୍ଡା କହିଥିଲେ। ତେଣୁ ପ୍ରାୟ ୪୯ ମହିଳା ତା’ ସହ ଯୋଗାଯୋଗରେ ଥିବାରୁ ଏହି ଠକେଇର ପରିମାଣ କୋଟିଏ ଟପିବା ସମ୍ଭାବନା ରହିଛି। ଏଥିପାଇଁ ତାକୁ ରିମାଣ୍ଡରେ ଆଣି ତା’ର ଆର୍ଥିକ କାରବାରର ତଦନ୍ତ କରାଯିବ। ଅଧିକ ତଥ୍ୟ ହାତେଇବା ପାଇଁ ପୁଲିସ ସାଦି ଡଟ୍‌ କମ୍‌ ଭଳି ବିଭିନ୍ନ ମାଟ୍ରିମୋନି ସାଇଟ୍‌କୁ ତା’ ବାବଦ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଡ଼ମଲ୍ଲୀପୁରର ସତ୍ୟଜିତ୍‌ ମାଟ୍ରିମୋନି ସାଇଟ୍‌ରେ ଯୋଡ଼ିହୋଇ ମହିଳାମାନଙ୍କୁ ଫସାଉଥିଲା।

ଅଧିକ ପଢନ୍ତୁ