ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।କେନ୍ଦୁଝର ଜିଲ୍ଲାର କେତେକ ଯୁବକ ଭଦ୍ରକରେ ରହି କାମ କରୁଥିଲେ ।ହିମାଂଶୁ ଶେଖର ନାୟକ, ମିଥୁନ ନାୟକ ଜଣେ ସାଙ୍ଗ ସହ ସନ୍ଥିଆ ବ୍ରିଜ ଉପରୁ ସାଳନ୍ଦୀ ନଈକୁ ଡେଇଁ ରିଲ୍ କରୁଥିଲେ । ଏହି ସମୟରେ ହିମାଂଶୁ ନଈକୁ ଡେଇଁବା ପରେ ମିଥୁନ ନଈକୁ ଡେଇଁଥିଲେ । ପରେ ହିମାଂଶୁ ପହଁରି ଆସିବା ବେଳେ ନିଖୋଜ ହୋଇଯାଇଥିଲେ ମିଥୁନ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହାସହିତ ସୁଟିଂ କରୁଥିବା ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି ।
