ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ ମୁହଁ ଖୋଲିଲେ ଅରୁଣ ସାହୁ

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ ।ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି।ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି।

ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ।କିନ୍ତୁ ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ରୁବେନ ବହି ଲେଖିଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା। କିନ୍ତୁ ରୁବେନ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି। କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳର ଭାଷାକୁ ନିଜ ବହିରେ ସଜେଇ ଲେଖି ଥିବା ଅରୁଣ ଅଭିଯୋଗ କରିଛନ୍ତି ।‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ ଏହି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ରାଜନେତା ପାଲଟିଥିବା ତାମିଲ ଅମଲାତନ୍ତ୍ରୀ ଭି.କେ. ପାଣ୍ଡିଆନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ବିଶେଷ କରି, ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ରହିବା ଓ ୧୪୭ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଏକାକୀ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ରୁବେନ ଲେଖିଥିବା ବିଭିନ୍ନ ବିଷୟକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। 

ଅଧିକ ପଢନ୍ତୁ

Odisha Darpan Digital