ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି।

ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ। ଗର୍ଭବତୀ ମହିଳାଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ। ସେ କହିଛନ୍ତି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ। ଆମର ଆରଆରଟି ଟିମ ସରଭେଲାନ୍ସ କରୁଛି। ଇମ୍ୟୁନାଇଜେଶନକୁ ଗୁରୁତ୍ୱ ଦେଉଛୁ। ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଜର୍ମାନି ମିଳିମିଳା ରୁବେଲା ଭାଇରସରେ ଆକ୍ରାନ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗାଁର ଦୁଇ ଜଣ ଶିଶୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ୫ଜଣଙ୍କ ନମୂନା ରିପୋର୍ଟ ଆରସିଏମ୍ଆରରୁ ଆସିଛି ।ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରେ ରୁବେଲା ପଜିଟିଭ ଥିବାବେଳେ ଜଣଙ୍କ ଠାରେ କେବଳ ମିଳିମିଳା ରହିଛି ।

ଅଧିକ ପଢନ୍ତୁ

kc ads