ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସା କ୍ୟାମ୍ପସ ମନା କରାଯାଇଛି। ନୂଆ କଟକଣା ଲଗାଇଲା ରେଭେନ୍ସା ବିଶ୍ବବିଦ୍ୟାଳୟ। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି। SoP ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ ମହିଳା କର୍ମଚାରୀ କାମ କରିପାରିବେ । ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ହୋଇଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍ ରହିବ ।
