ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଘୋଷଣା। ଏଣିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ। ଏ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୋଧରେ ପଡିରହିଥିବା ଅପିଲଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । ପୁରୁଣା ଆପାର୍ଟମେଣ୍ଟ କିଣା ବିକା କରିପାରିବେ । ଲୋକଙ୍କୁ ଜାଣି ଶୁଣି ହଇରାଣ କରିବା ପାଇଁ ବ୍ୟବସ୍ଥା ଥିଲା |
ରେରା ଆଳରେ ଆପାର୍ଟମେଣ୍ଟ କିଣା ବିକାକୁ ଛନ୍ଦୀ ଦିଆଯାଉଥିଲା । ସରକାର ବହୁ ରାଜସ୍ବ ହରାଉଥିଲେ । ପାର୍ଟ ପ୍ଲଟ ପାଇଁ ରାଜସ୍ବ ଓ ଆଇନ ବିଭାଗ ସହ ବୈଠକ ସରିଛି । ନଗର ଉନ୍ନୟନ ସଚିବ ଡ୍ରାପ ପ୍ରପୋଜାଲ ଦେଇସାରିଛନ୍ତି ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବ ।