ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେଣ୍ଟର ଫର୍ ରେଲୱେ ଇନ୍ଫରମେସନ୍ ସିଷ୍ଟମର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ‘RailOne’ ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ପ୍ଲେଷ୍ଟୋର ଏବଂ iOS ଆପ୍ ଷ୍ଟୋର ଉଭୟରେ ଉପଲବ୍ଧ ହେବ । RailOne ଆପ୍ ଦ୍ୱାରା ଯାତ୍ରୀମାନଙ୍କର ସମସ୍ତ ଜରୁରୀ ସେବା ପୂରଣ ହେବା ସହ ଅସୁବିଧାର ମଧ୍ୟ ସମାଧାନ ହୋଇପାରିବ । ଏହି ଆପ୍ର ଏକ ସ୍ଵତନ୍ତ୍ର ସୁବିଧା ହେଉଛି ସିଙ୍ଗଲ୍ ସାଇନ୍-ଅନ୍। ଏଥିପାଇଁ ୟୁଜରଙ୍କୁ ଅଧିକ ପାସ୍ୱାର୍ଡ ମନେ ରଖିବା ଆବଶ୍ୟକ ପଡିବନି। ରେଲ୍ ୱାନ୍ ଆପ୍ ଜରିଆରେ ଯାତ୍ରୀମାନେ ସଂରକ୍ଷଣ ଟିକଟ, ଜେନେରାଲ୍ ଟିକଟ, ପ୍ଲାଟଫର୍ମ ଟିକଟ, ମାସିକ ସିଜିନ୍ ଟିକଟ ବୁକିଂ କରିପାରିବେ। ଏହା ସହ ପିଏନଆର ବି ଚେକ୍ କରିପାରିବେ। ଏହା ଟ୍ରେନ୍ର ରନିଂ ଷ୍ଟାଟସ୍ ବି ଦେବ। ଏହି ଆପ୍ ଜରିଆରେ ଖାଦ୍ୟ ଅର୍ଡର କରିପାରିବେ। କୌଣସି ପ୍ରକାରର ଅଭିଯୋଗ ମଧ୍ୟ କରିପାରିବେ। ସେହିପରି ସଂରକ୍ଷଣ ଟିକଟ ପାଇଁ ଟିଡିଆର୍ ଫାଇଲ୍ ବି କରିପାରିବେ। ଏହି ଆପ୍ ସହିତ R-Wallet (ରେଳୱେ ଇ-ୱାଲେଟ୍) ସୁବିଧା ମଧ୍ୟ ଯୋଡାଯାଇଛି । ସଂଖ୍ୟାତ୍ମକ mPIN ଏବଂ ବାୟୋମେଟ୍ରିକ୍ ଲଗଇନ୍ ଭଳି ସହଜ ଲଗଇନ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।ରେଲ୍ ୱାନ୍ ଆପ୍ ଆଇଆରସିଟିସିକୁ ସମ୍ପୂର୍ଣ୍ଣ ରୂପେ ରିପ୍ଲେସ୍ କରିବନି। ଏହା ଏକ ଅପ୍ସନ ରୂପେ କାମ କରିବ। ଆଇଆରସିଟିସି ସର୍ଭିସ୍ ପୂର୍ବ ଭଳି ବଳବତ୍ତର ରହିବ।
