ରେଳ ଷ୍ଟେସନରୁ ଜବତ ହେଲା ୫୮ କେଜି ରୂପା

ରାଉରକେଲା ରେଲୱେ ଷ୍ଟେସନରେ ୭୫ କେଜି ରୁପା ଅଳଙ୍କାର ଜବତ । ରେଲୱେ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରାଞ୍ଚିର ଚନ୍ଦନ କୁମାରଙ୍କ ଠାରୁ ୭୫ କେଜି ରୁପା ଅଳଙ୍କାର ଜବତ କରି ତାଙ୍କୁ ଅଟକ ରଖିଛି ଜିଆରପି । ଖବର ଅନୁଯାୟୀ, ଜଣେ ବ୍ୟବସାୟୀ ରାଉରକେଲା ଷ୍ଟେସନରେ ରାଞ୍ଚି ଯିବାକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଜିଆରପି ଉକ୍ତ ବ୍ୟବସାୟୀଙ୍କୁ ନେଇ ପଚରାଉଚରା ସହ ତନଖି କରିଥିଲା ।

ଯାହାଫଳରେ ଜିଆର୍‌ପିକୁ ୫୮ କେଜିର ରୂପା ମିଳିଥିଲା । ଏହାପରେ ଜବତ ରୂପା ଏବଂ ଅଟକ ଥିବା ବ୍ୟବସାୟୀଙ୍କୁ ରାଜ୍ୟ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି । ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ରାଉରକେଲା ଜିଏସଟି ବିଭାଗ ।

ଅଧିକ ପଢନ୍ତୁ