କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ପାର୍କିଂରେ ଘଟିଛି ଘଟଣା ଏପରି ଘଟଣା । ମୃତ ଯୁବକ ହେଲେ ଛଅ ଗାଁର ଜିତେନ୍ଦ୍ର ବେହେରା ।ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଷରେ କିପରି ଆସିଲେ ତାହା ଜଣାପଡ଼ି ନାହିଁ ।ପାର୍କିଂରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି ।ଏ ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ପହଁଞ୍ଚି ମାମଲାରେ ତଦନ୍ତ ଆରମ୍ଭ କରିଛି ।
