ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ରୋଗୀଙ୍କୁ ଦେଲେନି, ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ ।ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାସ୍ତାପାଖ ଅଳିଆ ଗଦାରେ ପଡିଛି ଅବଧି ସରିନଥିବା ଔଷଧ । ଗୋଟିଏ କି ୨ ପ୍ୟାକେଟ ନୁହେଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ମେଡିସିନ ପଡିରହିଛି ।ଏସବୁ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା । ହେଲେ ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଦେଖିବାକୁ ମିଳିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହେଁ ବୋଲି ଲେଖା ରହିଛି । ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ହୋଇଥିବା ବେଳେ ଅବଧି ରହିଛି ୨୦୨୬ ପର୍ଯ୍ୟନ୍ତ । ଅର୍ଥାତ୍ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ ଔଷଧ କାହିଁକି ଫିଙ୍ଗା ଯାଇଛି ତାହା ବଡ଼ ପ୍ରଶ୍ନ ।
