ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଲେ ଦଶପଲ୍ଲା ବିଧାୟକ


ନୂଆଗାଁ – ନୟାଗଡ ଜିଲ୍ଲା ମହିପୁର ସି ଏଚ ସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଭିତ୍ତିଭୂମି, ଆର୍ଥିକ ଅନୁଦାନର ସୁ ବିନିଯୋଗ ,ରୋଗୀ ମାନେ କିପରି ଉନ୍ନତ ମାନର ଚିକିତ୍ସା ପାଇବେ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକ ରେ ବିଡ଼ିଓ ଅମୃତ କୁମାର ରାଉଳ ଉପସ୍ଥିତ ଥିବା ବେଳେ ବୈଠକ କୁ ପରିଚାଳନା କରିଥିଲେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ପ୍ରଧାନ।ଏହି ବୈଠକ ରେ ରୋଗୀ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ