ଲକ୍ଷ୍ନୌ ଏୟାରପୋର୍ଟରେ ଅବତରଣ ବେଳେ ସାଉଦି ବିମାନରୁ ବାହାରିଲା ଧୂଆଁ

ଅଳ୍ପକେ ବର୍ତ୍ତିଲା ପୁଣି ଏକ ବିମାନ ଦୁର୍ଘଟଣା । ସାଉଦି ଆରବ ଜେଦ୍ଦାରୁ ଆସିଥିବା ବିମାନ SV 3112 ଅବତରଣ ସମୟରେ ବିମାନ ଚକାରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହି ବିମାନରେ ଅତିକମରେ ୨୫୦ ହଜ ଯାତ୍ରୀ ଥିଲେ । ବିମାନ ଏୟାରପୋର୍ଟରେ ଅବତରଣ ବେଳେ ହଠାତ୍ ନିଆଁ ଝୁଲ ଓ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା ।

କୌଣସି ଯାନ୍ତ୍ରିକ ତ୍ରୁଟି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଇଲଟ୍‌ ଓ ବିମାନ ବନ୍ଦର ଅଧିକାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ତୁରନ୍ତ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସେହିପରି ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ । ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଫେରି ଆସିଲା ବିମାନ । ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଫେରାଇ ଦିଆଯାଇଥିଲା । LH 752 ଉଡ଼ାଣ କରିବା ପରେ ଏଥିରେ ବୋମା ଥିବା ସୂଚନା ମିଳିଥିଲା । ତେଣୁ ବିମାନକୁ ଫେରାଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଅଧିକ ପଢନ୍ତୁ

kc ads