କିଛି ଦିନ ପରିବା ଦର ସ୍ୱଭାବିକ ଥିବାବେଳେ ଏବେ ହଠାତ୍ ପରିବା ଦର ବୃଦ୍ଧି ପାଇଛି, ଯାହାକି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । ଯେଉଁ ପରିବା ଉପରେ ହାତ ମାରିବେ ତାହା ୫୦ ପାର । ଏପରିକି ଆଳୁକୁ ଛାଡି ଦେଲେ ଅନ୍ୟ ସବୁ ପରିବା ଦର ଆକାଶ ଛୁଆଁ ।କଟକ ଛତ୍ର ବଜାର ପରିବା ମଣ୍ଡିରେ ବିଲାତି ଦର କିଛି ଦିନ ପୂର୍ବରୁ ୩୦ ରୁ ୩୫ ଟଙ୍କା କିଲୋପ୍ରତି ବିକ୍ରି ହେଉଥିବା ବେଳେ ଏବେ ତାହା ଦୁଇ ଗୁଣରୁ ଅଧିକ ଅର୍ଥାତ କିଲୋପ୍ରତି 80ରୁ ୯୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଦେଶୀ କାଙ୍କଡ଼ ବି କିଲୋ ପ୍ରତି ୨୦୦ ରୁ ୨୨୦ ରେ ବିକ୍ରି ହେଉଛି, ବିନ୍ସ ଦର ବି ୧୨୦ ରୁ ୧୪୦ ଟଙ୍କା , ବାଇଗଣ କିଲୋପ୍ରତି ୬୦ ରୁ ୮୦ ଟଙ୍କା, କଲରା କିଲୋପ୍ରତି ୬୦ ରୁ ୭୦ ଟଙ୍କା, ଭେଣ୍ଡି ୬୦ ରୁ ୭୦ ଟଙ୍କା, ପୋଟଳ କିଲୋପ୍ରତି ୮୦ ରୁ ୯୦ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି କାଞ୍ଚଲଙ୍କା କିଲୋପ୍ରତି ୨୦୦ ରୁ ୨୨୦ ,କାକୁଡି ୫୦ ରୁ ୬୦ ଟଙ୍କା, କଖାରୁ ୨୫ ରୁ ୩୦ ଟଙ୍କା, ଦେଶୀ ଆଳୁ ୫୦ ରୁ ୬୦ ଟଙ୍କା, ଗାଜର ୫୦ ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଛି ।
