ସୁନାଦର ଗୁରୁବାରରେ ଲଗାତାର ଚତୁର୍ଥ ଦିନ ହ୍ରାସ ଘଟିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୪୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୭୦ ଟଙ୍କାରେ ବିକ୍ରି ହେଉଛି।ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ଥିଲା।ଏଥିରେ ଆଜି ୪୦୦ ଟଙ୍କା କମିଛି। ଯେଉଁଥିରେ ମୂଲ୍ୟ ପରିବର୍ତ୍ତନ ହୋଇ ସୁନା ଦର ୮୮ ହଜାର ୯୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୪୦ ଟଙ୍କା ହ୍ରାସ ପାଇଛି। ଆଜି ଏହି ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୦୪୦ ଟଙ୍କାରେ ବିକ୍ରି ହେଉଛି।
