ଲଗାତାର ୩ୟ ଥର ACCର ଅଧ୍ୟକ୍ଷ ହେଲେ ଜୟ ଶାହା

ଏସୀୟ କ୍ରିକେଟ୍ ପରିଷଦର ବାର୍ଷି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହ ପୁଣି ଥରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ହୋଇଛନ୍ତି। ଏହାକୁ ମିଶାଇ ଶାହ ଲଗାତାର ତୃତୀୟ ଥର ଏସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏହା ଉପରେ ମୋହର ଲଗାଯାଇଛି।ଜୟ ଶାହଙ୍କ କାର୍ଯ୍ୟକାଳ ବଢାଇବା ପ୍ରସ୍ତାବ ଶ୍ରୀଲଙ୍କା କ୍ରିକେଟ୍‌ର ଅଧ୍ୟକ୍ଷ ଶାମ୍ମି ସିଲଭା ରଖିଥିଲେ। ଏହା ପୂର୍ବରୁ ମଧ୍ୟ ଶାମ୍ମି ଜୟ ଶାହଙ୍କ ନାମକୁ ଏସିସି ଅଧ୍ୟକ୍ଷ ଭାବେ ଆଗରେ ରଖିଥିଲେ।

ଏହା ପରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଜୟ ଶାହଙ୍କ ନାଁ ଉପରେ ମୋହର ବାଜିଛି। ଜୟ ଶାହ ପ୍ରଥମ ଥର ୨୦୨୧ ଜାନୁଆରୀରେ ଏସିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ତାଙ୍କ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନ ଏହି ଦାୟିତ୍ଵରେ ଥିଲେ।

ଅଧିକ ପଢନ୍ତୁ