ଲଗାତାର ୩୦ ଦିନ ଜେଲରେ ରହିଲେ ପଦ ହରାଇବେ ମନ୍ତ୍ରୀ

କେନ୍ଦ୍ର ସରକାର ପକ୍ଷରୁ ଲୋକସଭାରେ ଆଜି ୩ଟି ବିଧେୟକ ପାରିତ ହୋଇଛି । ଯେଉଁଥିପାଇଁ ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ । ଲୋକସଭାରେ ଜୋରଦାର ହଙ୍ଗାମା ମଧ୍ୟରେ ୩ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏହି ବିଲ୍‌ଗୁଡ଼ିକ—କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍‌ ୨୦୨୫, ସମ୍ବିଧାନ (ଏକ ଶହ ତିରିଶତମ ସଂଶୋଧନ) ବିଲ୍‌ ୨୦୨୫ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ୨୦୨୫—ଗୁରୁତର ଅପରାଧିକ ଅଭିଯୋଗରେ ୩୦ ଦିନ ଧରି ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାର ବ୍ୟବସ୍ଥା କରୁଛି। ଯଦି କୌଣସି ନେତା ୫ ବର୍ଷ ବା ତଦୁର୍ଦ୍ଧ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବାର ଅଭିଯୋଗରେ ଲଗାତାର ୩୦ ଦିନ ହାଜତରେ ରହନ୍ତି, ତେବେ ୩୧ତମ ଦିନରେ ସେମାନେ ନିଜ ପଦ ହରାଇବେ।ବିଲ୍ କୁ ବିରୋଧ କରି ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଛନ୍ତି । ବିଲକୁ ସମ୍ବିଧାନ ବିରୋଧୀ କହି କପି ଚିରିଲେ ବିରୋଧୀ ସାଂସଦ । ହଟ୍ଟଗୋଳ ଯୋଗୁ ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବୀ ହୋଇଥିଲା ।

ଅଧିକ ପଢନ୍ତୁ