ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୮ ଓ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୧୮ରେ ମାଲକାନଗିରି, କୋରାପୁଟ; ୧୯ରେ କୋରାପୁଟ ଓ କଳାହାଣ୍ଡିକୁ ୱାର୍ଣ୍ଣିଂ ।ସେହିପରି ୧୮ରୁ ୨୦ ତାରିଖ ଯାଏଁ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଯାହା ପ୍ରଭାବରେ ୨୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାରୁ ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।ସେହିପିର ମଧ୍ୟମ ଧରଣର ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୱାର୍ଣ୍ଣିଂ କରାଯାଇଥିବା ସବୁ ଜିଲ୍ଲାରେ ଝଟକା ପବନର ବେଗ ୩୦ -୪୦ କିମି ରହିବା ସହ ପ୍ରବଳ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅଧିକ ପଢନ୍ତୁ

Odisha Darpan Digital