ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ବର୍ଷା

ଦୁଇ ଦିନ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବୁଧବାର ଗଞ୍ଜାମ ଓ ଗଜପତିରେ ବର୍ଷା ହେବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ବୌଦ୍ଧ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କୌଣସି ଚାଷୀଙ୍କ ଧାନ ଓଦା ହୋଇଥିଲେ ତାକୁ ଶୁଖାଇବାକୁ ମଣ୍ଡିରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଦା ହେବା ସତ୍ତେ୍ୱ ଯେଉଁ ଧାନ ବିକ୍ରି ଯୋଗ୍ୟ ହେବ ସେ କ୍ଷେତ୍ରରେ ନିୟମକୁ କୋହଳ କରିବାକୁ କୁହାଯାଇଛି । ଫସଲ କ୍ଷତି ପାଇଁ ଇନପୁଟ୍‌ ସବ୍‌ସିଡି ମିଳିବ । ଯେଉଁ ଚାଷୀମାନେ ବୀମା କରିଥିବେ ସେମାନେ ସହାୟତା ପାଇବାକୁ ଯୋଗ୍ୟ । ସେମାନେ ବୀମା କମ୍ପାନୀକୁ ଆବେଦନ କଲେ ନିୟମ ଅନୁସାରେ ବୀମା ସହାୟତା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital