ଲଘୁଚାପ ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ରାଜ୍ୟରେ ମୌସୁମିଜନିତ ବର୍ଷା ଜାରି ରହିଛି। ତେଣୁ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ। କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ ବେଗରେ ପବନ ବହିବା ସମ୍ଭାବନା ରହିଛି।ଏନେଇ ଆଜି ୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଉଛି ସୁନ୍ଦରଗଡ ମୟୁରଭଞ୍ଜ କେନ୍ଦୁଝର ଓ ବାଲେଶ୍ୱର।
ସେହିପରି ଆସନ୍ତାକାଲି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ ଗତକାଲି ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଥିଲା।ଆଜି ବିଜୁଳି ଘଡ଼ଘଡ଼ି ପାଇଁ ୨୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହେବ।