ଲଭ୍ , ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ ।

ପୋଲିସ ବାବୁଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ । ଏସ୍‌ଆଇ ବିଜୟ ସାହୁଙ୍କୁ ଗିରଫ କଲା ପୋଲିସ । ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ପୁଲିସ ଏସଆଇ ।ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ ।

ଅନ୍ୟପଟେ ଧୋକା ପାଇବା ପରେ ଗତ ଡିସେମ୍ବରରେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଲିଖିତ ଅଭିଯୋଗର ୪ ମାସ ପରେ ବାଲିଆପାଳ ଥାନା ବଡ଼ ତାଳପଦା ଗାଁର ବିଜୟ ସାହୁଙ୍କୁ ଗିରଫ କରିଛି ବାଲିଆପାଳ ପୋଲିସ ।

ଅଧିକ ପଢନ୍ତୁ

kc ads