ଲରମ୍ଭା ରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରସୂତି ବୈଠକ

ନୃସିଂହନାଥ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୩ତମ ମହାସଭା କୁ ପୂର୍ଣ୍ଣ ସମର୍ଥନ କରିବା ସହ ମହାସଭା ର ସମସ୍ତ କାର୍ଯ୍ୟାବଳୀ କୁ ଡିଜିଟାଲ ମୋଡ୍ ଆଧୁନିକୀକରଣ ରେ କରିବା ପାଇଁ ପ୍ରସ୍ତାବ ଆଗତ

ପାଟଣାଗଡ଼(ଜଗଦିଶ ଭୋଇ)ପାଟଣାଗଡ଼ ବ୍ଳକ ଲରମ୍ଭା ବାଗ ପଡା ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୂଖ୍ୟ ଅତିଥି, ଜିଲ୍ଲା ଉପ ସଭାପତି ଅର୍ଜୁନ ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ଆଗଳପୁର ସଭାପତି ନବିନ ବରିହା, ଉପଦେଷ୍ଟା,ଠାକୁର ପ୍ରସାଦ ବରିହା, ସଂପାଦକ ସତ୍ୟନାରାୟଣ ବରିହା,ବୁଦୁଲା ପଞ୍ଚାୟତ ସଭାପତି ନନ୍ଦ ବରିହା,ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା,ଉପସଭାପତି କେଶବ ବରିହା , ସଂପାଦକ ବିମଳ ବରିହା, ହୃଷୀକେଶ ବରିହା,ବିପିନ ବରିହା ଶଶିକାନ୍ତ ବରିହା, ଟିକେଶ୍ଵର ବରିହା,କାଶିନାଥ ବରିହା,ବଙ୍ଗୋମୁଣ୍ଡା ସଭାପତି ଶାନ୍ତାନୁ ବରିହା, ଜିଲ୍ଲା ଉପଦେଷ୍ଟା ଟିକେଚନ ବରିହା,ମୁରିବାହାଲ ସଭାପତି ବନମାଳୀ ବରିହା, ସଂପାଦକ କାର୍ତ୍ତିକ ବରିହା,ଜିଲ୍ଲା ଉପଦେଷ୍ଟା ଜମ୍ବେ ବରିହା,ଦେଓଗାଁ ସଭାପତି ମଦନ ବରିହା, ପଞ୍ଚାୟତ ସଂପାଦକ ସର୍ଗୁଲ ବରିହା , ସିଂହାମୁଣ୍ଡା ସଭାପତି ରସିକ ବରିହା ,ପୁଇତଲା ସଭାପତି ଅଭିନବ ବରିହା,ତୁରେକେଲା ସଭାପତି ହରି ବରିହା, ଟିଟିଲାଗଡ଼ ସଭାପତି ମଦନ ବରିହା,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ହରିଶଙ୍କର ମାଁ ବିନ୍ଧ୍ୟବାସିନୀ ଙ୍କ ନିର୍ମାଣଧିନ ମୂଖଶାଳା କାମ ଶିଘ୍ର ସାମାପନ କରିବାକୁ ସଭାପତି ଶ୍ରୀ ବାଗ ସମ୍ୟକ ସୂଚନା ଦେଇଥିଲେ। ଆଗମୀ ଡିସେମ୍ବର ୭/୮ ରେ ନୃସିଂହନାଥ ଠାରେ ହେବାକୁଥିବା ସମାଜ ର ୧୩ ତମ ମହାସଭା ରେ ଜିଲ୍ଲା ର ପ୍ରତ୍ୟେକ ବ୍ଳକ ରୁ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସର୍ବ ଭାରତୀୟ ସ୍ତରରେ ମହାସଭା ସମାଜ ପକ୍ଷରୁ ହେଉଥିବା ବେଳେ ବିଭିନ୍ନ ରାଜ୍ୟରୁ ଆସୁଥିବା ସମାଜ କର୍ମକର୍ତ୍ତା ସଦସ୍ୟ ମହିଳା ପୁରୁଷ ଯୋଗଦେଇଥିବା ବେଳେ ତାଙ୍କ ରହଣୀ ଖାଦ୍ୟପେୟ ର ସୁବ୍ୟବସ୍ଥା କରିବାପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ସମାଜ କୁ ଆହୁରି ଅଗ୍ରଗତି ପାଇଁ ସମାଜ ର ପୁଅ ଝିଅ ମାନଙ୍କୁ ସମାଜ କାର୍ଯ୍ୟ ରେ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା । ମହାସଭା ଅନୁଷ୍ଠିତ ହେବା ପୂର୍ବରୁ ବିନ୍ଧ୍ୟାଚଳ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ଦୈବୀ ଠାରୁ ଆଜ୍ଞାମାଳ ଆଣିବା ପାଇଁ ଏକ ପ୍ରତନିଧି ଦଳ ଗସ୍ତ କରିବା ନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ମହାସଭା କୁ ବଲାଙ୍ଗୀର ଜିଲ୍ଲା ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ପୂର୍ଣ୍ଣ ଭାବରେ ସମର୍ଥନ କରିବା ସହ ମହାସଭା ର ସମସ୍ତ କାର୍ଯ୍ୟାବଳୀ କୁ ଡିଜିଟାଲ ମୋଡ୍ ( ଆଧୁନିକୀକରଣ) ରେ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଗତ ୧୧ ତାରିଖ ଦିନ ଖପ୍ରାଖୋଲ ବ୍ଳକ କପସିପାଲ ଗାଁ ରେ ସାମାଜ ର କେତେ ଜଣ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ନେଇ ଅନୁଷ୍ଠିତ ଏକ ଗୁପ୍ତ ବୈଠକ ରେ ଅଜାଣତରେ ଲାଟ ସଭାପତି ହୃଷୀକେଶ ବରିହା ଯୋଗଦେଇଥିବା ବିଶିଷ୍ଟ ସୂଚନା ନେଇ ସନ୍ଦେହ ଘନୀଭୂତ ହୋଇ ବୈଠକ ରେ କ୍ଷୋଭ ପ୍ରକାଶ ପାଇଥିଲା । ଏଥିରେ ଜିଲ୍ଲା ର ୧୪ ଗୋଟି ବ୍ଳକ ର କର୍ମକର୍ତ୍ତା ସଦସ୍ୟ ମାନେ ଯୋଗଦେଇଥିଲେ। ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା ସ୍ବାଗତ ଭାଷଣ ଦେଇଥିବାବେଳେ ବେଳେ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ

kc ads