ଲାଇନ୍‌ କଟିଗଲେ ରୋଗୀଙ୍କୁ ଭରସା ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌

ଡାକ୍ତଖାନାରେ ନାହିଁ ଜେନେରେଟର । ଲାଇନ ଗଲେ ମୋବାଇଲ୍ ଫ୍ଲାସ୍‌ ମାରି ଚାଲୁଛି ରୋଗୀ ସେବା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ ।ସୂଚନା ଥାଉକି, ପିଏଚସି ସେଣ୍ଟରରେ ନା ଅଛି ଇନଭେଟର ନା ଜେନେରେଟର ସୁବିଧା। ଯାହା ଫଳରେ ଲାଇନ ଚାଲିଗଲେ ହନ୍ତସନ୍ତ ରୋଗୀ । ସବୁଦିନ ଭଳି ହଠାତ ଲାଇଟ୍ ଚାଲିଯାଇଥିଲା । ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା ପିଏଚସି ସେଣ୍ଟରରେ। ଫଳରେ ମୋବାଇଲ ଭରସାରେ ଚିକିତ୍ସାଧିନ ଥିବା ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା ।

ତେବେ ଜଣେ ବିଷ ପିଇ ଏଠାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଆଉ ଜଣେ ରୋଗୀ ମଧ୍ୟ ଥିଲେ ହେଲେ ସେହି ସମୟରେ ହିଁ ଲାଇନ ନଥିଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ରୋଗୀ ଙ୍କ ସମ୍ପର୍କୀୟ। ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଗ୍ରାମୀଣ ତାଲିମ କେନ୍ଦ୍ର ହୋଇଥିଲେ ବି ଏଠାକୁ ଜେନେରେଟର ଓ ଥ୍ରୀ ଫେଜ ଲାଇନ କନେକ୍ସନ ଯୋଗାଇ ଦିଆଯାଇନାହିଁ । ଫଳରେ ଲୋ-ଭୋଲ୍‌ଟେଜର ସମସ୍ୟା ପାଇଁ ମେଡିକାଲରେ ଥିବା ଇନଭୋଟର ଚାଲୁନଥିବା ଅଭିଯୋଗ ହେଉଛି ।

ଅଧିକ ପଢନ୍ତୁ

Odisha Darpan Digital