ଲାଇଭ୍‌ ଶୋ’ରେ ଆତତାୟୀଙ୍କ ଆତଙ୍କ

ଇକ୍ବୋଡରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କିଛି ବନ୍ଧୁକଧାରୀ ଏକ ଟିଭି ଷ୍ଟୁଡିଓର ଲାଇଭ୍ ପ୍ରୋଗ୍ରାମରେ ପ୍ରବେଶ କରିଥିଲେ। ଲାଇଭ୍ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ଦେଖାଇ ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।‘ମାସ୍କ’ପିନ୍ଧା ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରବେଶ କରି କର୍ମଚାରୀମାନଙ୍କୁ ତଳେ ବସାଇବା ସହିତ ଶୋଇବାକୁ ବାଧ୍ୟ କରିଥିଲେ।ଗୁଳି ଶବ୍ଦ ମଧ୍ୟରେ ଜଣେ ମହିଳା ‘ଗୁଳି ମାର ନାହିଁ, ଦୟାକରି ଗୁଳି ମାର ନାହିଁ’ କହୁଥିବା ଶୁଣିବାକୁ ମିଳିଥିଲା।

ମଙ୍ଗଳବାର ଦିନ ଇକ୍ବୋଡର ଟେଲିଭିଜନ୍‌ କେନ୍ଦ୍ର ‘ଟିସି’ରେ ‘ଲାଇଭ୍‌ ବ୍ରଡ୍‌କାଷ୍ଟ୍‌’ ବା ସିଧାପ୍ରସାରଣରେ ବ୍ୟାଘାତ ସୃଷ୍ଟି ହୋଇଥିବା କଥା ନିଉଜ୍ ଏଜେନ୍‌ସି ‘ରଏଟର୍ସ’ ରିପୋର୍ଟ କରିଛି। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ଗୁଳିର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏହାକୁ ନେଇ ରାଷ୍ଟ୍ରପତି ଡାନିଏଲ ନୋବୋଆ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଘୋଷଣା କରିଛନ୍ତି ଯେ, ଦେଶ ‘ଆଭ୍ୟନ୍ତରୀଣ ସଶସ୍ତ୍ର ସଂଘର୍ଷ’ରେ ପ୍ରବେଶ କରିଛି।

ଅଧିକ ପଢନ୍ତୁ