ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ । ଗୃହରେ ଏ ନେଇ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଆଦିବାସୀ ଅଞ୍ଚଳର ସରପଞ୍ଚ ମାନଙ୍କୁ ଯେଉଁ ୨୨ଟି କ୍ଷେତ୍ରରେ କ୍ଷମତା ଦିଆଯାଇଛି, ତାହା ଏବେ ବି ବଳବତ୍ତର ଅଛି । ଆମ ସରକାର ପେସା ଆଇନ ଆଣିବ । ୧୦୦% କ୍ଷମତା ପାଇବେ ସରପଞ୍ଚ । ଗ୍ରାମସଭାକୁ ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବାକୁ କ୍ଷମତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
ପେଶା ଆଇନ ଦେଶର ୬ଟି ରାଜ୍ୟରେ ଲାଗୁ ହୋଇସାରିଛି । କିନ୍ତୁ ଓଡିଶାରେ ଏହା ଏ ଯାଏଁ ଲାଗୁ ହୋଇନାହିଁ । ପେଶା ଆଇନ ଲାଗୁ କରିବା ଦାବିରେ ସୁନ୍ଦରଗଡ ଭଳି ଜିଲ୍ଲାରେ ଆନ୍ଦୋଳନ ବି ହୋଇଛି । ପଡୋଶୀ ଛତିଶଗଡ ଓ ଆନ୍ଧ୍ରରେ ଏହି ପେଶା ଆଇନ ଲାଗୁ ହେବା ପରେ ଏହାର ସକାରାତ୍ମକ ପ୍ରଭାବ ବି ଦେଖିବାକୁ ମିଳିଛି ।