ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍‌ର ଖଣ୍ଡନ

ଆମେରିକାରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଲାଗିବା ପରେ କେନିଆ କମ୍ପାନୀ ସହିତ ଦୁଇଟି ଚୁକ୍ତି ରଦ୍ଦ କରିଥିଲା। ଗୋଟିଏ ହେଲା ପ୍ରମୁଖ ବିମାନ ବନ୍ଦର ପରିଚାଳନା ଡିଲ୍, ଅନ୍ୟଟି ବିଜୁଳି ଟ୍ରାନ୍ସମିଶନ ଲାଇନ୍ ନିର୍ମାଣ ଓ ୩୦ ବର୍ଷ ଧରି ପରିଚାଳନାର ଡିଲ୍। ଏହି ଦୁଇଟି ଡିଲ୍ କ୍ୟାନ୍‌ସଲ ହେବା ପରେ ଏହାକୁ ନେଇ ନାନା ଆଲୋଚନା ଜାରି ରହିଛି।ଘଟଣାକୁ ନେଇ ଆଦାନୀ ଗ୍ରୁପ ପକ୍ଷରୁ ବୟାନ ଆସିଛି। କେନିଆ ପ୍ରମୁଖ ବିମାନ ବନ୍ଦର ପରିଚାଳନା ପାଇଁ କମ୍ପାନୀ କୌଣସି ଚୁକ୍ତି କରି ନଥିଲା ବୋଲି ଆଦାନୀ ଗ୍ରୁପ କହିଛି। ସେହିପରି କେନିଆରେ ୩୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଟ୍ରାନ୍ସମିଶନ ଲାଇନ ନିର୍ମାଣ ଓ ଏହାର ସଂଚାଳନକୁ ନେଇ ହୋଇଥିବା ଚୁକ୍ତିକୁ ରଦ୍ଦକୁ ନେଇ ମଧ୍ୟ କମ୍ପାନୀ ବୟାନ ଦେଇଛି।

ଆଦାନୀ ଗ୍ରୁପ କହିଛି ଏହି ପ୍ରକଳ୍ପ ସେବି ନିୟମ ଅଧୀନରେ ଆସୁ ନଥିଲା। ଏଣୁ ଏହା ରଦ୍ଦ ହେବାରେ ଖୁଲାସା କରିବାର କୌଣସି ଆବଶ୍ୟକତା ନଥିଲା ବୋଲି କମ୍ପାନୀ କହିଛି। ତେବେ ବୁଧବାର ଦିନ ଆଦାନୀ ଗ୍ରୀନ୍ ଏନର୍ଜି ଏକ ବିବୃତ୍ତି ଜାରି କରି କହିଛି ଯେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ ନିର୍ଦ୍ଦେଶକ ବିନୀତ ଜୈନ ଆମେରିକାର ନ୍ୟାୟ ବିଭାଗ (DoJ) ଦ୍ୱାରା ଲାଞ୍ଚ ଅଭିଯୋଗରୁ ମୁକ୍ତ। ଆମେରିକାର ଦୁର୍ନୀତି ଅଭ୍ୟାସ ଆକ୍ଟ (ଏଫସିପିଏ) ଅନୁଯାୟୀ ଲଗାଯାଇଥିବା ସମସ୍ତ ଅଭିଯୋଗ ଖବରର କୌଣସି ସତ୍ୟତା ନାହିଁ।

ଅଧିକ ପଢନ୍ତୁ